Janti

Latest News

Homeପୁରା ଜଟଣୀ ବଜାର ଆପଣଙ୍କ ହାତରେ
24 Mar
News, Business
1708 views
0 Comments

ପୁରା ଜଟଣୀ ବଜାର ଆପଣଙ୍କ ହାତରେ

ଜଟଣୀ ୱେବସାଇଟ ର ମୂଳ ଉଦ୍ଧେସ୍ୟ ହେଉଛି ବେପାରୀ ଏବଂ ଗରାଖଙ୍କୁ ସହଜରେ ମିଳନ କରିଦେବା. ମନୁଷ୍ୟର ଦୈନିକ ବ୍ୟବହୃତ ଜିନିଷ ସେ ବଜାରରୁ କିଣି ଥାଏ . ବଜାର ହେଉଛି ଦୋକାନୀ ମାନଙ୍କ ସମୂହ . ଜନସଂଖ୍ୟା ବଢିବା ଅନୁସାରେ ବିକ୍ରେତା ମାନଙ୍କ ସଂଖ୍ୟା ଭି ବଢେ . ସେଥିପାଇଁ ଦିନକୁ ଦିନ ଦୋକାନ ସଂଖ୍ୟା ଭି ବଢିବାକୁ ଲାଗେ . ଏହି ସମ୍ପ୍ରସାରଣ ଯୋଗୁଁ କଉ ଦୋକାନୀ କେଉଁ ଦ୍ରବ୍ୟ ବା ସେବା କଉ ଯାଗାରେ ବିକ୍ରୟ କରେ ତାକୁ ଗରାଖ କୁ ଖୋଜିବାକୁ ପଡେ ଆଉ ସେଥି ପାଇଁ ଗୋଟେ ଗରାଖ କୁ ଦୋକାନ ଦୋକାନ ବୁଲି କିଏ କଉ ସେବା ବା ଦ୍ରବ୍ୟ ବିକେ ତାକୁ ଖୋଜି ମନେ ରଖିବାକୁ ପଡେ . ଯଦି ଜଣେ ସହରରେ ନୂଆ, ତେବେ ତାକୁ ମୂଳରୁ ସବୁ ବୁଲି ବୁଲି ଖୋଜି ଜାଣିବାକୁ ପଡେ. ଦୋକାନ ହେଉଛି କୌଣସି ବେପାରୀ ସଂସ୍ଥାର ଏକ ଫିଜିକାଲ ଅସ୍ତିତ୍ୱ ବା ଏକ୍ଜିଷ୍ଟାନ୍ସ . ଫିଜିକାଲ ଏକ୍ଜିଷ୍ଟାନ୍ସ କୁ ଜାଣିବାକୁ ହେଲେ ଜଣକୁ ଫିଜିକାଲି ସେଠି ଯିବାକୁ ପଡେ ଆଉ ସେହି ସେବା ପ୍ରଦାନକାରୀ ସଂସ୍ଥା ସହ କମ୍ୟୁନିକେଟ କରିବାକୁ ପଡେ; ପରେ ଯାଇ ସେ ସେଠାରୁ ମୂଲ୍ୟ ବଦଳରେ ତାର ସେବା ନିଏ; ଏଥି ପାଇଁ ଗରାଖ କୁ ଫିଜିକାଲି ମୁଭ କରିବାକୁ ପଡେ ଯାହା ଦ୍ୱାରା ସମୟ ସହ ତେଲ ପୋଡିବା ଏବଂ ଶାରରୀକ କଷ୍ଟ ଭି କରିବାକୁ ପଡେ. ଯଦି ଗୋଟେ ଦୋକାନରେ ଗୋଟେ ଜିନିଷ ନାହିଁ ତେବେ ଅନ୍ୟ ଦୋକାନରେ ବୁଝିବାକୁ ପଡେ. ଯଦି ଦୋକାନ କଉଠି ଅଛି ଜଣା ନାହିଁ ଲୋକଙ୍କୁ ପଚାରି ପଚାରି ବୁଝିବା କୁ ପଡେ. କିନ୍ତୁ ଯଦି ଆମେ ସମ୍ପୂର୍ଣ୍ଣ ଫିଜିକାଲ ବଜାର କୁ ଡିଜିଟାଲ କରିଦେବା, ତେବେ ଗରାଖ ଏବଂ ଅନ୍ୟ ବେପାରୀଙ୍କ ହାଥ ମୁଠାରେ ସମ୍ପୂର୍ଣ୍ଣ ବଜାର ଆସିଯାଏ; ଗୋଟିଏ ଜାଗାରେ ବସି ହିଁ ସେ ସବୁ ଦୋକାନ ଅଡ୍ରେସ ବୁଲିପାରେ. ସିଏ ଆରାମ ରେ ଖୋଜି ବାହାର କରିନିଏ ମୋତେ କଉ ଦୋକାନରୁ କଉ ସେବା ବା କଉ ଦ୍ରବ୍ୟ କଉଠି ମିଳିବ. ଦୋକାନ ମାଲିକର ଅଡ୍ରେସ ଆଉ ମୋବଇଲ ନମ୍ବର ଥିବାରୁ ଆଗରୁ ପଚାରି ବୁଝି ହବ ସେବା ବା ଦ୍ରବ୍ୟ ଉପଲବ୍ଧ ଅଛି ନା ନାହିଁ . କଉ ଜାଗାରେ କଉ ଜିନିଷ ମିଳିବ ଆଉ କେତେ ପଇସା ବିନିମୟରେ ମିଳିବ ଇତ୍ୟାଦି ଇତ୍ୟାଦି. କାହିଁକି ନା ଅଧିକ ଦୋକାନୀ ରେଂଟେଡ଼ ଘର ନେଇ ବେପାର କରନ୍ତି ଯଦି ତାଙ୍କ ଅଡ୍ରେସ ଚେଞ୍ଜ ହୁଏ ତେବେ ତାଙ୍କ ନାଗୁଆ ଗରାଖ ସେମାନଙ୍କ ନୂଆ ଅଡ୍ରେସ ଜାଣି ପାରନ୍ତି ନାହିଁ ଆଉ ସେମାନେ ତାଙ୍କ ଗରାଖ ଭି ହରାନ୍ତି; ଯଦି ସେମାନଙ୍କ ଡିଜିଟାଲ ଅଡ୍ରେସ ରହିବ ତେବେ ସେମାନେ ତାଙ୍କୁ ସହଜରେ ଖୋଜି ପାଇବେ ଏବଂ ତାଙ୍କ ଗରାଖ ଆଉ ଭାଙ୍ଗିବେ ନାହିଁ . ଦୂରରୁ ଆସୁଥିବା ଗରାଖ ମାନେ ଅତି ସହଜରେ କଉଟି ତାଙ୍କ ଜିନିଷ ମିଳିବ ଏବଂ କଉ ଦୋକାନ ରେ ମିଳିବ ଅତି ସହଜରେ ଜାଣି ପାରିବେ ଏବଂ ସେଠି ଡାଇରେକ୍ଟ ଯାଇ ପହଂଚିବେ; ଯଦି ଗରାଖ କୋରିଅର ଦ୍ୱାରା ଆଇଟମ ନବାକୁ ଚାହେଁ ତାହା ଭି ସୁବିଧାରେ କୋରିଅର ଚାର୍ଜ ଏକ୍ସଟ୍ରା ଦେଇ ଗରାଖ ବଜାରରୁ ଦୂରରେ ଥିବା ଲୋକକୁ ବଜାର କୁ ନ ଆସି ପ୍ରୋଭାଇଡ କରିବାର ମାଧ୍ୟମ ଖୋଲି ଯାଏ. ଫିଜିକାଲ ଏକ୍ଜିଷ୍ଟାନ୍ସ ଦୋକାନ ଖୋଲା ରହୁ ବା ବନ୍ଦ ରହୁ ଡିଜିଟାଲ ଏକ୍ଜିଷ୍ଟାନ୍ସ ଦିନରାତି ଚବିଶ ଘଣ୍ଟା ଖୋଲା ରହେ; ମାନେ ଦୋକାନୀ କୁ ଦିନରାତି 24 ଘଣ୍ଟା ବେପାର କରିବାର, ବେପାର ମିଳିବାର ସୁବିଧା ଥାଏ . ମାର୍କେଟ କୁ ଆସି ନପାରୁଥିବା ସିନିଅର ସିଟିଜେନ ମାନେ ଅନଲାଇନ ରେ ଅର୍ଡର ଦେଇ ପାରିବେ ଯାହା ଦ୍ୱାରା ଦୋକାନୀ ନିଜ ଡେ଼ଲିଭରୀ ଲୋକଙ୍କ ଦ୍ୱାରା ଗରାଖଙ୍କୁ ଲୋକାଲ ମାର୍କେଟ ରେ ଗ୍ରୋସେରୀ ବା ଅନ୍ୟ ଆଇଟମ ପ୍ରୋଭାଇଡ କରିବା ମାଧ୍ୟମ ଭି ୟୁଜ କରିପାରିବେ ଯାହା ଦ୍ୱାରା ଗୋଟେ ଡେ଼ଲିଭରୀ ବୟ ଭି ରୋଜଗାର ପାଇ ପାରିବ. ଡିଜିଟାଲ ମାର୍କେଟର ଗୋଟେ ନାହିଁ ହଜାର ହଜାର ଲାଭ ଅଛି . ଯଦି କୌଣସି ଦୋକାନୀ କୁ ଲାଗେ କୌଣସି ଦ୍ରବ୍ୟ ର ମୂଲ୍ୟ ଯଦି ଲେଖି ଦେବି ମୋରୋ ଘାଟା ହବ; ତେବେ ତାର ଡର ଭି ନାହିଁ କାରଣ ଏମିତି କୌଣସି ବାଧ୍ୟତା ନାହିଁ କି ପ୍ରତି ଦୋକାନୀ ତାର ଜିନିଷ ବା ସେବାର ମୂଲ୍ୟ କୁ ପବ୍ଲିକ କରିବ. ଏମିତି ଭି ଲାଭ ଅଛି ଯଦି କୌଣସି ସେବା ବା ଦ୍ରବ୍ୟ ବିକ୍ରେତା ଅନଲାଇନ ଷ୍ଟୋର ଯେମିତି ଫ୍ଲିପକାର୍ଟ ହେଉ ବା ଆମାଯ଼ୋନ ହଉ ତାଠୁ ଶସ୍ତା ରେ ବିକୁଛନ୍ତି ସେଟା ସେମାନେ ଏଠି ଦର୍ଶାଇ ବାହାରୁ କିଣୁଥିବା ଗରାଖ କୁ ଲୋକାଲ ମାର୍କେଟ ରେ ରଖି ପାରିବେ ଯାହା ଦ୍ୱାରା ଲୋକାଲ ବେପାରୀ କୁ ଭି ଲାଭ ଅଛି ଏବଂ ଗରାଖ କୁ ଭି ଲାଭ ଅଛି କାରଣ ସେ ବିନା କୋରିଅର ଚାର୍ଜ ବା 3-7 ଅପେକ୍ଷା ରେ ଆରାମରେ ଲୋକାଲ ମାର୍କେଟ ରୁ ହିଁ ତା ଠୁ ଭି ଭଲ ଜିନିଷ କମ ଦାମ ରେ ପାଇ ପାରେ. ଯଦି ଆପଣଂକ ଦ୍ୱାରା ଲାଗୁ ଥାଏ ଅନଲାଇନ ରେ ନିଜ ଡାଟା ଦେଲେ କିଛି ଅସୁବିଧା ହେବ, କି ବା କୌଣସି ସରକାରୀ ସଂସ୍ଥା ଆମକୁ ଅସୁବିଧାରେ ପକେଇବ? ତେବେ ସୁନିଶ୍ଚିତ ହୋଇଯାନ୍ତୁ କି ଆପଣଙ୍କ ମୋବାଇଲ ଫୋନ ହିଁ ଅପଣଂକ ଡାଟା; ଜଉଟା ଆମେରିକା ଠୁ ନେଇକି ସରକାର ଆପଣଙ୍କର ସବୁ ଗତିବିଧି ଜାଣିଛନ୍ତି; ଆପଣଙ୍କ ମୋବାଇଲ ଫୋନ ରେ ଯଉ ଆଗ ଏବଂପଛ କ୍ୟାମେରା ଅଛି ସେ କେତେବେଳ ଭି କୌଣସି ଭି ଡାଟା ଯେ କୌଣସି ସମୟରେ ସରକାର ଏବଂ ସେବା ପ୍ରଦାନକାରୀ ସଂସ୍ଥା ଫୋଟୋ, ଭିଡିଓ ଏବଂ ଅଡିଓ ସହ ଡାଟା ନେଇ ପାରେ. ତେଣୁ ଏପରି ଭାବିବା ସମ୍ପୂର୍ଣ୍ଣ ମୂର୍ଖାମୀ ଯେ ଆପଣଙ୍କୁ ସରକାର ବା ବିଦେଶୀ ସଂସ୍ଥା କେଇ ଜାଣି ନାହାନ୍ତି. ଯେତେବେଳେ ଆପଣ ପବ୍ଲିକ ରେ ଦୋକାନ ଖୋଲି ବୋର୍ଡ ରେ ଦୋକାନ ନାମ, ଅଡ୍ରେସ ଏବଂଯୋଗାଯୋଗ ନମ୍ବର ପବ୍ଲିକ କରୁଛନ୍ତି ତେବେ ଅପଣଂକ ସମ୍ପୂର୍ଣ୍ଣ ଆଇଡେଣ୍ଟିଟି ପବ୍ଲିକ. ସେଇ ଆଇଡେଣ୍ଟିଟି ଅଲରେଡ଼ି ଡିଜିଟାଇଜ ହୋଇକି ସରକାରଙ୍କ ପାଖରେ ଅଛି ମାନେ ଯଉ ନମ୍ବର ଆପଣ ଯୋଗାଯୋଗ ପାଇଁ ବ୍ୟବହାର କରନ୍ତି ସେଟା ଆପଣଙ୍କ ଆଧାର କାର୍ଡ ସହ ଯୋଗ ଅଛି; ଏବଂ ଆଧାର କାର୍ଡ ରେ ସବୁ ଡିଟେଲସ ସରକାରଙ୍କ ପାଖରେ ଅଛି; ତେଣୁ ଏଟା ଭାବିବା ଡିଜିଟାଲ ମାର୍କେଟରେ ଯଦି ଆପଣ ଡାଟା ଉପଲୋଡ଼ ନକଲେ ଆପଣ ଲୁଚିକରି ବେପାର କରୁଛନ୍ତି ସେଟା ସମ୍ପୂର୍ଣ୍ଣ ବୋକାମୀ. ଡିଜିଟାଲ ମାର୍କେଟ ର ମୂଳ ଉଦ୍ଧେଶ୍ୟ ହେଉଛି ବେପାରୀ ଆଉ ଗରାଖଙ୍କୁ ଅତି ସାନିଧ୍ୟରେ ବିଶ୍ୱସନୀୟତା ସହ ଯୋଗାଯୋଗ କରିଦେବା ଏବଂ ବେପାରକୁ ଡାଇନାମିକ କରିଦେବା. ବେପାରୀ ଏବଂ ଗରାଖ ନିଜ ହାଥ ମୁଠା ମାନେ ମୋବଇଲରେ ଡିଜିଟାଲ ମାର୍କେଟ କୁ ପାଇ ପାରିବେ ଯାହା ଦିନରାତି 24 ଘଣ୍ଟା ଖୋଲା ଏହାର ଅର୍ଥ ଆପଣଙ୍କ ଦୋକାନ ଏବେ ଲୋକଙ୍କ ପକେଟ, ଲେଡ଼ିଜ ପର୍ସ ଏବଂ ହାତରେ ମଧ୍ୟ ରହିପାରିବ. ଯଦି ଆପଣଙ୍କ ପ୍ରଶ୍ନ ଏହା ଥାଏ କି ଜଷ୍ଟଡାଏଲ ବା ଗୁଗଲ ରେ ତ ଲୋକେ ଆମକୁ ପାଇଯିବେ ଏହାର ଅବଶ୍ୟକତା କଣ ଅଛି? ତେବେ ଏହାର ଉତ୍ତର ହେଲା ଗୁଗଲ କେବଳ ଗୋଟେ ସ୍ଥାନୀୟ ମାର୍କେଟ କୁ ଫୋକସ କରେନି; ୟେ ପୃଥିବୀର ସବୁ ଦେଶର ଜଟଣୀ ପରି ଲକ୍ଷ ଲକ୍ଷ ସହରର ଡାଟା ଦେଇଥାଏ ଏବଂ ଏହାକୁ ଜାଣିଥିବା ବ୍ୟକ୍ତି ଏଥିରେ ପଞ୍ଜିକୃତ ହେଲାପରେ ହିଁ ଦେଖେଇ ଥାଏ; ଯାହା ବିଦେଶୀ ଲୋକଙ୍କ ପାଖରେ ଡାଟା ସେୟାରିଂ ଯୋଙ୍ଗୁ ସମ୍ଭବ ହୁଏ ଏବଂ ୟେ ସରକାରୀ ସଂସ୍ଥା ଏବଂ କମ୍ପାନୀ ମାନଙ୍କୁ ଡାଟା ପ୍ରୋଭାଇଡ଼ ବିଭିନ୍ନ କାରଣ ଯୋଙ୍ଗୁ କରେ. ସାମାନ୍ୟ ଡାଟା ରଖିବା ପାଇଁ ଜଷ୍ଟ ଡାଏଲ ବାର୍ଷିକ 10 ହଜାରରୁ 25 ହଜାର ଟଙ୍କା ନିଏ; କିନ୍ତୁ ଜଟଣୀ ଇ ମାର୍କେଟ ରେ ବେପାର ଲିଷ୍ଟିଙ୍ଗ ସମ୍ପୂର୍ଣ୍ଣ ମାଗଣା ଏବଂ ଯଦି କେହି ଦୋକାନୀ ତାର ପର୍ଶନାଲ ଦୋକାନ ପେଜ୍ ଚାହେଁ ଜଉଠାରେ ସେ ତାର କୌଣସି ଆଇଟମ କୁ ଗରାଖ ଆଗରେ କେତେ ଟଙ୍କାରେ ବିକୁଛି ଶୋ କରିବାକୁ ଚାହେଁ ତେବେ ବାର୍ଷିକ ଏକ ହଜାର ଦେଇ ତାର 15 ଟି ଆଇଟମ କିମ୍ବା ମାତ୍ର ପାଞ୍ଚସହ ଟଙ୍କା ଦେଇ 5 ଟି ଆଇଟମ ଶୋ କରିପାରିବ. ଯଦି କୌଣସି ଦୋକାନୀ ତାର ନିଜର ଇ କମର୍ସ ୱେବସାଇଟ ବନେଇବାକୁ ଚାହେଁ ତାହା ଡେଭେଲପ କରି ତାର ଲିଙ୍କ ଭି ଏଠି ସେୟାର କରିହବ. ଯଦି କୌଣସି ଦୋକାନୀ ତାର ବେପାର କୁ ଭିଡିଓ ରେ ରିପ୍ରେଜେଣ୍ଟ କରିବାକୁ ଚାହେଁ ତାହାହଲେ ଆମକୁ ଭିଡିଓ ବନେଇ ଦେଲେ ଆମେ ଆମ ଜଟଣୀ ଇ ମାର୍କେଟ ଚାନେଲ ରେ ଫ୍ରୀ ରେ ହିଁ ପକେଇ ଦବୁ; ଯାହା ଫଳରେ ସେ ୟୁଟ୍ୟୁବ ଦ୍ୱାରା ଅନ୍ୟ କୁ ନିଜ ବେପାର ରିପ୍ରେଜେଣ୍ଟ କରିପାରିବ. ଯଦି ଭଡ଼ିଓ ବନେଇବା ଜଣା ନାହିଁ ତାହାହେଲେ ଆମେ କିଛି ନେଗୋସିଏଟ ଏମାଉଣ୍ଟ ରେ ତାହା ବନେଇ ପବ୍ଲିକ କରିଦେବୁ ଯାହା ଆପଣଙ୍କ ବିଜନେସ ଗରାଖ କୁ ସହଜରେ ଆକ୍ସେସ ହୋଇ ପାରିବ. ଯଦି ଆପଣ ଚାହାନ୍ତି ଅପଣଂକ ବିଜନେସ ପେଜ ବା ୟୁଟ୍ୟୁବ ଭିଡିଓ ଜଟଣୀ ରେ ୟୁଜ କରୁଥିବା ମୋବାଇଲ ୟୁଜରଙ୍କ ପାଖରେ ପହଞ୍ଚୁ ତେବେ ଆମେ ବିଜ୍ଞାପନ ପ୍ୟାକେଜ ଅନୁସାରେ କିଛି ଅର୍ଥ ବିନିମୟରେ ଆପଣଙ୍କ ବିଜନେସକୁ ବିଜ୍ଞାପନ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚେଇ ଦବୁ; ମାନେ, ଯେବେ କୌଣସି ଗରାଖ ୟୁଟ୍ୟୁବ ଭିଡିଓ ଦେଖୁ ଥାଏ ତେବେ ସେଠି ଅପଣଂକ ବିଜ୍ଞାପନ ଦେଖେଇବ ବା କୌଣସି ସାଇଟ ଯଦି ଜଟଣୀ ଲୋକେ ଦେଖୁଥାନ୍ତି ସେଠି ମଧ୍ୟ ଆପଣଙ୍କ ବିଜ୍ଞାପନ ଦେଖେଇବ ଯାହା ଦ୍ୱାରା ଆପଣଙ୍କୁ ଏକ୍ସଟ୍ରା ବେନିଫିଟ ହବାର ଆଶା ଅଛି. ଯଦି କୌଣସି ସନ୍ଦେହ ଏବଂ ପ୍ରଶ୍ନ ଅଛି ତେବେ ଆମକୁ ଯୋଗାଯୋଗ କରନ୍ତୁ କିମ୍ବା କମେଣ୍ଟ କରନ୍ତୁ .

Tags: , ,

Leave a Reply